Suna Barana Jati Mati Mohana

ସୁନା ବରନା ଯତି ମତି ମୋହନା
(Kabichandra Kali Charan— Raga Nagadhwani, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ନାଗଧ୍ୱନି, ତାଳ ଏକତାଳି)

ସୁନା ବରନା ଯତି ମତି ମୋହନା
ସୁମନା ରୁଷନା ମାନ ମନା । ଘୋଷା ।

(ଧନୀ) ବରଜ ସାରା ବାଜେ ନାଗରା
ଧୀରା ନାଗରୀ ହୀରା ମୋହନ ଶିରଝରା
ମାନେ ବସନା
(ପଡ଼ି)
ଗୋରୀ ତୋରେ ଝୁରି ମୋହନ ଶିରୀ ହାରି
ସୁମନ ବାସି ସରି ଗଲାଣି ଝାଉଁଳି
ନାହିଁ ନାହିଁ କରନା ନବୀନା । ୧ ।

ଅନାରେ ସହି ଚନ୍ଦ୍ରମା ମୁହୀଁ କରେ ମୁରଲୀ ନାହିଁ
ଗାଇ ତୋ ଗୁଣ ବାଇ ଛଇଳ କାହ୍ନା
(ପଡ଼ି)
ରାଧା ରୁଷିଛି ମାନେ ବସିଛି
ଭଗାରୀ କରେ ଛି ଛି
କବିଶଶୀ ଭଣୁଛି ଜନେ ହସାନା । ୨ ।