Saja Rutu Pati Aja

ସାଜ ଋତୁପତି ଆଜ
(Kabichandra Kali Charan— Raga Anandabhairabi, Tala Jhampa)
(କବିଚନ୍ଦ୍ର କାଳୀଚରଣ— ରାଗ ଆନନ୍ଦଭୈରବୀ, ତାଳ ଝମ୍ପା)

ସାଜ ଋତୁପତି ଆଜ ହିମଋତୁ ଲାଜ ଲଭିଲାଣି । ଘୋଷା ।

ଘନ କୁହୁଡ଼ି ତଳେ ତନୁ ଘେରାଇ
ଗିରି ଗରଭେ ଶୀତ ଲୁଚିଲା ଯାଇ
ଶାଣି ବକୁଳର କୁନ୍ତମୁନ ସତେ
ସନ୍ଧି ବିନ୍ଧିଲା ପଞ୍ଚ ଶାୟକ ।
(ପଡ଼ି)
କୁଞ୍ଜେ କୁଞ୍ଜେ ମଧୁଲିଟ ଗୁଞ୍ଜନ
ପୁଞ୍ଜେ ପୁଞ୍ଜେ ନବଦଳ ରଞ୍ଜନ
ଛନ୍ଦେ ଛନ୍ଦେ ଶୁଭେ ପିକ କୂଜନ
ମନ୍ଦେ ମନ୍ଦେ ବହଇ ପ୍ରଭଞ୍ଜନ
ନବୀନା ସୁମନା ସରସେ ମୁରୁକିଲାଣି । ୧ ।