(କବିଚନ୍ଦ୍ର କାଳୀଚରଣ— ରାଗ ଦେଶ, ତାଳ ଯତି)
ଛଇଳା ରୁଷି ବସନା ଚନ୍ଦ୍ରାନନା । ଘୋଷା ।
ମାନ ତେଜରେ ଆନ ମୋର ବାରେ ତୁ ଘେନ
ମାନ ବଚନ ଅବଧାନ କର ମୋ ଧନ ।
ସହୀ ମହୀକି ଚାହିଁ ନାହିଁ ନାହିଁ ରଟନା ରେ
ସୁମନା । ୧ ।
ଚାନ୍ଦ ସୁନ୍ଦର ମୁଖ ଫୁଲାଇ ଦେଉ ଦୁଃଖ
ଟେକ ଲପନ ଟେକ କିଣାଜନେ ନିରେଖ ।
(ପଡ଼ି— ତ୍ରିପଟା)
ମାର ମାରଣେ ମରିବାର ଯେବେ ଗୋ ସାର
ଧିକ ବାଳୁତ କାଳୁ ଅନୁସରିଥିବାର
କମ ନୟନୁ ନୀର ଧାର ଧାର ଝରାନା ରେ
ନବୀନା । ୨ ।
ଦୟାବତୀ ବୋଲାଇ ଡିଣ୍ଡିମ ବାଜୁଥାଇ
ଏ କି ଗୁମାନ ସହୀ ଦିନେ ତ ଦେଖା ନାହିଁ ।
(ପଡ଼ି— ତ୍ରିପଟା)
ଦାସ ନାଶରେ ଅପଯଶ ତୁ ନ ଅରଜ
ଧରୁଛି ପାଣି ଗୁଣମଣି ରୁଷା ବରଜ
କବିଶଶୀରେ ଅନା କାନ୍ତ ହେମବରନା ରେ
ଶୋଭନା । ୩ ।