Prananatha Mora Bansidhari Jana

ପ୍ରାଣନାଥ ମୋର ବଂଶୀଧାରୀ ଜାଣ
(Kabisurjya Brahma— Raga Ananda Kedara, Tala Ekatali)
(କବିସୂର୍ଯ୍ୟ ବ୍ରହ୍ମା— ରାଗ ଆନନ୍ଦ କେଦାର, ତାଳ ଏକତାଳି)

ପ୍ରାଣନାଥ ମୋର ବଂଶୀଧାରୀ ଜାଣ
ମୁରଲୀଧାରୀ ଜାଣ । ଘୋଷା ।

ଗୁପତେ କଲି ମୁଁ ଇଚ୍ଛା ବରଣ ରେ ସଜନୀ
ରଖି ତ ନ ଦେଲା କାମ ବାଣ । ୧ ।

ମୁରଲୀ ଭାଙ୍ଗିଲା ସବୁ ଗୁମାନ ରେ ସଜନୀ
ମୋ ଦୁଃଖ ଜଣାଇ ତାଙ୍କୁ ଆଣ । ୨ ।

କହେ କବିରବି ବ୍ରହ୍ମା ଈକ୍ଷଣରେ ସଜନୀ
ରାଧାକୃଷ୍ଣ ଚରଣେ ପ୍ରୟାଣ । ୩ ।