Dhale Ta Dhalilu Nahi

ଢାଳେ ତ ଢାଳିଲୁ ନାହିଁ
(Kabisurjya— Raga Gouda, Tala Tripata)
(କବିସୂର୍ଯ୍ୟ— ରାଗ ଗୌଡ଼ା, ତାଳ ତ୍ରିପଟା)

Ḍha Patala — Kisorachandrananda Champu
ଢ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ । ଘୋଷା ।

ଢକ୍କା ବାଜୁଥାଇ ବ୍ରଜେ ଲଳିତାର ହୃଦମ୍ବୁଜେ
କରୁଣା ଅଛି ବୋଲି ଯା ନେଲା କେ ତା ହରି କି ରେ । ୧ ।

ଢୁଳାଇଲା ପରି ଢଳି ତଳେ ପଡ଼ିଯିବା ଭଳି
ହେଲିନି ଯେ କୁନ୍ଦକଳିଦଶନା ଏ ସରିକି ରେ । ୨ ।

ଢୁକାଇ ଦେଲେ ତୃଷିତ ଚକୋର ଚଞ୍ଚୁରେ ଶୀତ
-ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକି ରେ । ୩ ।

ଢୋକୁଟିକୁ ସିନା ହଟି ମୋ ସାର ଯାଉଛି ତୁଟି
ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରୀକି ରେ । ୪ ।

ଢବା ତନାବିରୁ ଗୋପ ନଗରୀର ବନ୍ଦେ ଭୂପ
ବାଲୁକେଶ ଦେବ ନୀପକୁଞ୍ଜପୁଞ୍ଜ ସରିକି ରେ । ୫ ।