Jhagadi Matra Hela He Syama

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
(Kabisurjya— Raga Ananda Kamodi, Tala Khemata)
(କବିସୂର୍ଯ୍ୟ— ରାଗ ଆନନ୍ଦ କାମୋଦୀ, ତାଳ ଖେମଟା)

Jha Patala — Kisorachandrananda Champu
ଝ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
ଝିମୁଟ ହେବାକୁ ସହସ୍ର ଯାମ । ଘୋଷା ।

ଝାଉଁଳିବା ନବ ତମାଳ ରମା
ଝିଙ୍କି ଆଣି ଅଙ୍ଗେ କଲଣି ଜମା । ୧ ।

ଝଡ଼ିବ ବଳ କୋମଳ ଛାତିରୁ
ଝଷଧ୍ୱଜ ପୀଡ଼ା ଝାଞ୍ଜି ତାତିରୁ । ୨ ।

ଝୁମି ଝୁମି ଲୁଠି ପୃଷ୍ଠେ ରସାର
ଝୁରିବାର ଏକା ହୋଇବ ସାର । ୩ ।

ଝଳି ପାଞ୍ଚାଳୀ ଝଟକେ ନାହିଁ କି
ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି । ୪ ।

ଝଲକି ଗଲ କୃଷ୍ଣ ଅକାରଣେ
ଝାଡ଼ଖଣ୍ଡ ରସା ବାଦସା ଭଣେ । ୫ ।