Na Bhanga Re Subhangi

ନ ଭାଙ୍ଗ ରେ ଶୁଭାଙ୍ଗୀ
(Kabisurjya— Raga Mohanaa, Tala Ekatali)
(କବିସୂର୍ଯ୍ୟ— ରାଗ ମୋହନା, ତାଳ ଏକତାଳି)

Ña Patala — Kisorachandrananda Champu
ଞ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ନ ଭାଙ୍ଗ ରେ ଶୁଭାଙ୍ଗୀ ଭାରତୀ ହୁଅ ସାହା । ଘୋଷା ।

ନୋହିଲେ ତୁ ପରିତ୍ରାଣ ନିର୍ଦ୍ଦୟ ନତନୁ ବାଣ
ନିଃଶେଷ କଲାଟି ଦେହ ଲାହା । ୧ ।

ନୀପକୁଞ୍ଜ ଉପକଣ୍ଠେ ନ୍ୟସ୍ତ କରାଅ ମୋ କଣ୍ଠେ
ନାଗରୀନ୍ଦ୍ର ନିରୁପମ ବାହା । ୨ ।

ନେତ୍ରାନ୍ତ ବିଳାସ ତାର ନିଦାନ ଏ ଅବସ୍ଥାର
ନିରେଖି ଉଚ୍ଚାରୁ ଥରେ ଆହା । ୩ ।

ନିଶ୍ଚୟ ଏ ଘେନ ଚିତ୍ତେ ନ ଜୀଇବି କଦାଚିତେ
ନ ବତାଇଲେ ତୁ ସୁଖ ରାହା । ୪ ।

ନାଥ ଅଷ୍ଟଦୁର୍ଗର ଯେ ନିତି ସେ ମୋ ପାଦେ ଭଜେ
ନିନ୍ଦିବଟି ନ କଲେ ତୁ ତାହା । ୫ ।