Kare Dekhau Teja Re Khanjana Nayana

କାରେ ଦେଖାଉ ତେଜରେ ଖଞ୍ଜନ ନୟନା
(Lokanatha Pattanayaka— Raga Sankarabharana, Tala Ekatali)
(ଲୋକନାଥ ପଟ୍ଟନାୟକ— ରାଗ ଶଙ୍କରାଭରଣ, ତାଳ ଏକତାଳି)

କାରେ ଦେଖାଉ ତେଜରେ ଖଞ୍ଜନ ନୟନା
ବାରେ ମାନସେ ହେଜରେ । ଘୋଷା ।

ସୁନ୍ଦର ପୀତବାସ ଅଧରେ ମନ୍ଦହାସ
କରି ସୁପରକାଶ କଲା ତୋ ଦମ୍ଭ ନାଶ ।
(ପଡ଼ି)
ବରଜ ଯୁବରାଜ କରଜରେ ଉରଜ
ଚିରାଇ ଦ୍ୱିଜରାଜ ମୁଖୀ ହେଉଛି ସଜ
ବାଜା ବଜାଇ ବ୍ରଜ ବଜାରେ ଯିବୁ ଆଜ
ସଜ ସରୋଜ ନେତ୍ରୀ ମୁଖେ ନାହିଁକି ଲାଜ । ୧ ।

ତା ବିନା ନାରୀ ରାଣ ନାହିଁ ତୋ ପରିତ୍ରାଣ
ବହି ମନରେ ମାନ ମିଛେ ଦେଖାଉ ଟାଣ ।
(ପଡ଼ି)
ବରଜ ଯୁବରାଜ କରଜରେ ଉରଜ
ଚିରାଇ ଦ୍ୱିଜରାଜ ମୁଖୀ ହେଉଛି ସଜ
ବାଜା ବଜାଇ ବ୍ରଜ ବଜାରେ ଯିବୁ ଆଜ
ସଜ ସରୋଜ ନେତ୍ରୀ ମୁଖେ ନାହିଁକି ଲାଜ । ୨ ।

ଚିତ୍ତରେ ବହି ତୋଷ ଭାଷ ମଧୁର ଭାଷ
ଶ୍ୟାମରେ କଲେ ରୋଷ ଲଭିବୁ ଅପଯଶ ।
(ପଡ଼ି)
ବରଜ ଯୁବରାଜ କରଜରେ ଉରଜ
ଚିରାଇ ଦ୍ୱିଜରାଜ ମୁଖୀ ହେଉଛି ସଜ
ବାଜା ବଜାଇ ବ୍ରଜ ବଜାରେ ଯିବୁ ଆଜ
ସଜ ସରୋଜ ନେତ୍ରୀ ମୁଖେ ନାହିଁକି ଲାଜ । ୩ ।