Jaa Re Jaa Sakhi Brajaraja Nagare Tu Ja

ଯା ରେ ଯା ସଖୀ ବ୍ରଜରାଜ ନଗରେ ତୁ ଯା
(Lokanatha Pattanayaka— Raga Debagandhari, Tala Ekatali)
(ଲୋକନାଥ ପଟ୍ଟନାୟକ— ରାଗ ଦେବଗାନ୍ଧାରୀ, ତାଳ ଏକତାଳି)

ଯା ରେ ଯା ସଖୀ
ବ୍ରଜରାଜ ନଗରେ ତୁ ଯା । ଘୋଷା ।

ସରସ ତେଜି ମନୁ ବେଗେ ତୁ ବର ତନୁ
ସଯତନେ ରତନେ ସଜା
(ପଡ଼ି)
ମିଳି ବ୍ରଜ ବଜାରେ ସଖୀ ମନ ମଜ୍ଜାରେ
ଶ୍ୟାମ ପ୍ରୀତି ଡିଣ୍ଡିମ ବଜା । ୧ ।

ତୋତେ କରିଛି ଆଶ ସୁନ୍ଦର ପୀତବାସ
ମୀନନେତ୍ରୀ ପୀନ ଉରଜା
(ପଡ଼ି)
କୁନ୍ଦରଦନା ଗୋରୀ ସୁନ୍ଦର ଗିରିଧାରୀ
ପ୍ରେମ ରସେ ବିବେକ ହଜା । ୨ ।

ତା ନାମ ଗାଉ ଗାଉ ଦିନ ଯାଉ ତୁ ଆଉ
ଘର ସଂସାରେ ଫେରି ନ ଯା
(ପଡ଼ି)
ନନ୍ଦନନ୍ଦନ ଘନଶ୍ୟାମ ସୁରସେ ଘନ
-ଜଘନା ମାନସ ମଜ୍ଜା । ୩ ।