Jiba E Jibana Sina Re Sajani

ଯିବ ଏ ଜୀବନ ସିନା ରେ ସଜନୀ
(Gopalakrusna— Raga Gujjari, Tala Ekatali)
(ଗୋପାଳକୃଷ୍ଣ— ରାଗ ଗୁଜ୍ଜରୀ, ତାଳ ଏକତାଳି)

ଯିବ ଏ ଜୀବନ ସିନା ରେ ସଜନୀ
ମୋହନ ପ୍ରୀତି କେ କଲାନି ମନା । ଘୋଷା ।

ଦେହାନ୍ତରେ ଲଭିବାକୁ ସୁମନା
ସଦା କରୁଛି ଯା ପଦ ଭାବନା
(ପଡ଼ି)
ଗୁରୁଜନ ନିନ୍ଦା ଆଦି ଯାତନା
ତା ଯାକ କରୁଛି ମୁଁ କି ଶୋଚନା । ୧ ।

ଜଣାଉଛି ମୋତେ ଲୋଳଲୋଚନା
ମନେ ରଖିଥା କା ଆଗେ କହନା
(ପଡ଼ି)
ଗୋପାଳକୃଷ୍ଣ ସୁବେଶ ରଚନା
ସମ୍ଭାର ଛାମୁରେ କଲା ଘଟନା । ୨ ।