Akhya Lila Lakhya Kalu

ଅକ୍ଷ ଲୀଳା ଲକ୍ଷ୍ୟ କଲୁ ଯା ମୋହନ ରାଜରେ
(Dinakrusna— Raga Pattamanjari, Tala Jhampa)
(ଦୀନକୃଷ୍ଣ— ରାଗ ପଟ୍ଟମଞ୍ଜରୀ, ତାଳ ଝମ୍ପା)

ଅକ୍ଷ ଲୀଳା ଲକ୍ଷ୍ୟ କଲୁ ଯା ମୋହନ ରାଜ ରେ
ଅର୍ଯ୍ୟମା ରାଜଦୁଲ୍ଲଣୀ କି ଯୋଗରେ ଆଜ ରେ । ଘୋଷା ।

ଅପୂର୍ବ କୀର୍ତ୍ତି କେତନ ଉଡ଼ିବଟି ଜୀବଧନ
ଅବଶ୍ୟ ତୋ ନାମରେ ଏ ଅଖିଳ ବ୍ରଜରାଜ ରେ । ୧ ।

ଅତନୁ ଅମଳେ ବାଇଆଣୀ ହୋଇଯିବୁ ରାଈ
ଅଡ଼ିବ ବିରହ ବ୍ୟାଧି ସଢ଼ିଯିବୁ ଲାଜରେ । ୩ ।

ଅଳି ନୀଳ କୁନ୍ତଳାଟି ଅଲ୍ୟଳୀ ପ୍ରବାଳ ଓଷ୍ଠୀ
ଅକଥନ ରଟିବେ ତ ଆଭିରୀ ସମାଜରେ । ୪ ।

ଅକଳଙ୍କ ଚନ୍ଦ୍ରବଂଶେ ଅଠା ଲାଗିବ ବିଶେଷେ
ଅଡ଼ୁଆରେ ପଡ଼ିଗଲୁ (ଭଲା) ନ ରଖି ନିହାଜରେ । ୫ ।

ଅଶ୍ରୁଧାର କର ପଛେ ପୋଛିବୁ ଜାଣିଲି ସ୍ୱଚ୍ଛେ
ଅସମ୍ଭାଳ ହେଲୁ ଦୀନକୃଷ୍ଣ କରି ତ୍ୟାଜ ରେ । ୬ ।