Moha Naa Re Bajana Tu

ମୋହ ନାରେ ବାଜନା ତୁ
(BenudharaEkatali)
(ବେଣୁଧରଏକତାଳି)

ମୋହ ନାରେ ବାଜନା ତୁ ଏଣିକି ରେ ବାଂଶରୀ
ଘେନ ମୋର ବିନୟ ବାଣୀକି । ଘୋଷା ।

ବିଷମ ନଣନ୍ଦ ମୋର । ଶାଶୁ ଗଞ୍ଜଣା ଅପାର ।
ଏଥିରେ ମୁଁ ଯିବି କହ କେଣିକି ରେ ବାଂଶରୀ । ୧ ।

କରତାଳି ମାରି ସିନା । ହସିବେ ବ୍ରଜ ଅଙ୍ଗନା ।
ତାହା ପରି ମୋତେ ଅଛୁ ମଣି କି ରେ ବାଂଶରୀ । ୨ ।

କେତେ ଯୁବତୀଏ ଗୋପେ । ନାହାନ୍ତି ଅବା ସୁରୂପେ ।
ଏକା ମୋତେ ବାଦ ସାଧୁ ଜାଣିକି ରେ ବାଂଶରୀ । ୩ ।

ଆଜୁଁ ତୋତେ ବାରମ୍ବାର । କରୁଛି କୋଟି ଜୁହାର ।
ଦୀନ ହୀନ ବେଣୁଧର ଭଣିକି ରେ ବାଂଶରୀ । ୪ ।