Prana Sakhi Sarasakhi Rusila Re

ପ୍ରାଣସଖୀ ସାରସାକ୍ଷୀ ରୁଷିଲା ରେ
(Artabandhu Dash— Raga Desa, Tala Ekatali)
(ଆର୍ତ୍ତବନ୍ଧୁ ଦାଶ— ରାଗ ଦେଶ, ତାଳ ଏକତାଳି)

ପ୍ରାଣସଖୀ ସାରସାକ୍ଷୀ ରୁଷିଲା ରେ । ଘୋଷା ।

କଳ୍ପସୁନ୍ଦରୀ ବାଳା ଅଳ୍ପ ନ ଢାଳି ଡୋଳା
ତଳ୍ପରୁ ତେଜି ଲୀଳା ତଳ ରସିଲା ରେ । ୧ ।

ମିନତି ଚାଟୁ ବାଣୀ ପ୍ରୀତି ବଚନ ଶୁଣି
ଶ୍ରୁତି ନ ଡେରି ପୁଣି ନାହିଁ ଭାଷିଲା ରେ । ୨ ।

କେତେ ସରସ କଥା ସତେ ହୋଇଲା ବୃଥା
କ୍ଷିତିରେ ପୋତି ମଥା ମାନେ ବସିଲା ରେ । ୩ ।

ବିଲୀନ ହେଲା ସୁଖ ମଳିନ କଲା ମୁଖ
ନଳିନ ଯେଣୁ ଦୁଃଖ ବେଗେ ଗ୍ରାସିଲା ରେ । ୪ ।