Sri Brundabana Chandrama

ଶ୍ରୀ ବୃନ୍ଦାବନ ଚନ୍ଦ୍ରମା
(Tarini Charan Patra— Raga Suddhadesi, Tala Rupaka)
(ତାରିଣୀ ଚରଣ ପାତ୍ର— ରାଗ ଶୁଦ୍ଧଦେଶୀ, ତାଳ ରୂପକ)

ଶ୍ରୀ ବୃନ୍ଦାବନ ଚନ୍ଦ୍ରମା ଘନବରନ । ଘୋଷା ।

କାମ କୋଟି ଅଭିରାମ ନଟବର
କିଣା ଦାସୀଜନେ କେଣେ ଏ ନିଷ୍ଠୁର
ଜୀବନେ ମରଣେ ଶୟନେ ସ୍ୱପନେ
ତୁମେ ମୋର ସୁଖ ସୀମା । ୧ ।

ଭଣେ ତାରିଣୀ ଘୁଞ୍ଚାଅ ମୋ ଦୁର୍ଦ୍ଦଶା
ବିତର ପରାଣରେ ଆଶା ଭରସା
କଲେ ଅବହେଳା ବୁଡ଼ିବ ମୋ ଭେଳା
ବରଜରାଜ ସୁଷମା । ୨ ।