Saja Kanja Nayana Kunje

ସଜ କଞ୍ଜନୟନା କୁଞ୍ଜେ ଆରେ
(Lokanatha PattanayakaKhemata)
(ଲୋକନାଥ ପଟ୍ଟନାୟକଖେମଟା)

ସଜ କଞ୍ଜନୟନା କୁଞ୍ଜେ ଆରେ । ଘୋଷା ।

ମଧୁର ତାନ ତୋଳି
ଜୟ ଶ୍ରୀ ରାଧେ ବୋଲି
ବାଜେ ଶ୍ୟାମ ମୁରଲୀ
ସଞ୍ଜରେ କୁଞ୍ଜରେ ମଧୁରେ ମଧୁରେ । ୧ ।

ଯେତେ ବ୍ରଜ ଯୁବତୀ
କୁଞ୍ଜେ କଲେଣି ଗତି
ଭେଟିବେ ବୋଲି ବ୍ରଜରାଜରେ
ନ ଯାରେ ନ ଯାରେ ନ ଯାରେ । ୨ ।

ଗୋପଦାଣ୍ଡ ଉଚ୍ଛୁଳେ
ଯମୁନା ଜଳେ ଭୋଳେ
ସାଜିଛି ଆଜି କାହ୍ନୁ
ରାଜାରେ ନ ଯାରେ ନ ଯାରେ ନ ଯାରେ । ୩ ।