Ta Name Baraja Raja

ତା ନାମେ ବରଜ ରାଜା
(Anonymous— Raga Khambaja, Tala Ekatali)
(ଅଜ୍ଞାତ କବି— ରାଗ ଖମ୍ବାଜ, ତାଳ ଏକତାଳି)

ତା ନାମେ ବରଜ ରାଜା ବାଜା ନ ବଜା ରେ
କୁଳ କାମିନୀଙ୍କି ଆଉ ନ ଦିଅ ସଜା ରେ । ଘୋଷା ।

ଆଜନମ ସୁକୁମାରୀ କିଶୋରୀ ରାଜକୁମାରୀ
ତାରେ ତୁ ମହତ ସାରି ଦେଲୁ ଯା ଲଜ୍ଜା ରେ । ୧ ।

ଯମୁନାକୁ ନୀର ଆଣି ଗଲା ବେଳେ ନାରୀମଣି
ଜାଣି ତୁ ମୁରଲୀପାଣି ତା ପଛେ ନ ଯା ରେ । ୨ ।