(ବେଣୁଧର— ରାଗ କୀରବାଣୀ, ତାଳ ଏକତାଳି)
ଯିବୁ ନାହିଁ ସଜନୀ କୁଞ୍ଜ ବନକୁ ଏକା
ଦେଖିଲେ କି ଛାଡ଼ିବ ସେ ମୁରଲୀଫୁଙ୍କା । ଘୋଷା ।
ଦୂରୁ ଯେବେ ସେ ଦେଖଇ । ଭୂରୁ ଭଙ୍ଗୀରେ ଡାକଇ ।
ମୂରୁଛି ପାରିବ ତାହା କେଉଁ ଗୋପିକା ।
(ପଡ଼ି)
କୁଳଛଡ଼ା ବୃତ୍ତିଟି ସେ ଠୂଳ କରିଛି ମାନସେ
ମୂଳ ସିନା ତାର ନାରୀମରା ଜୀବିକା
ବେଣୁଧର ବୋଲେ ଶୁଣ ମଣୁଛ କି ତାକୁ ସାନ
ଅଣୁ ପରମାଣେ ରାଧା ନ ପଡ଼ୁ ଦକା । ୧ ।