(କୃଷ୍ଣଚନ୍ଦ୍ର ନୃପ— ରାଗ ଖମ୍ବାଜ, ତାଳ ରୂପକ)
ଜାଣିଲି ଜାଣିଲି ଧନ ପୀରତି ବିଷମ ରେ
ଲାଗିଲେ ସେ ନ ଛାଡ଼ଇ ହୁଅଇ ବିଷମ ରେ । ଘୋଷା ।
ଯେ କରେ ପାପ ପୀରତି ସେହି ମୂଢ଼ ଜନ ରେ
ଚିନ୍ତି ଚକ୍ରଧର ସ୍ତବ ମୋର ଏହି କାମ ରେ । ୧ ।
ମାନିନୀ ହୋଲୁ ରାଧେ ନ ଟେକୁ ଆନନ ରେ
ଏ ଘୋର ସଙ୍କଟ ଦେଲୁ ଧିକ ତୋର ସ୍ନେହ ରେ । ୨ ।
ଏ ଲୋଭରେ ମତ୍ତ କେହି ନ ଭାଳି ଶମନ ରେ
ନିଶ୍ଚୟ ଜାଣିଲି ମୋର କରମଟି ବାମ ରେ । ୩ ।
କୃଷ୍ଣଚନ୍ଦ୍ର ବୋଲେ ଚିତ୍ତେ ଭାବିଣ ଏସନ ରେ
ଏ ହେତୁ ପ୍ରୀତିକି ନିନ୍ଦା ନ ଧର ତା ନାମ ରେ । ୪ ।