Gostha Chandrama Asibe Aja Go Saja Saja

ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ
(Gopalakrusna— Raga Krusna Kedara, Tala Adatali)
(ଗୋପାଳକୃଷ୍ଣ— ରାଗ କୃଷ୍ଣକେଦାର, ତାଳ ଆଡ଼ତାଳି)

ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ ସାଜ ସଜ । ଘୋଷା ।

ଦେଇଛନ୍ତି ଝରା ଧର ଧୀରାଧୀରା
ରାସରଙ୍ଗିନୀ କାହିଁକି ଲାଜ । ୧ ।

ମୋ ବାଣୀ ପ୍ରତୀତ କର ପ୍ରାଣମିତ
ଭାଳୁଭାଳୁ ହୋଇଯିବ ସଞ୍ଜ । ୨ ।

ଜଗିଛନ୍ତି ବାଟ ଶିଖଣ୍ଡମୁକୁଟ
ପଠାଇବୁ ବୋଲି ଲାଗି ସଜ । ୩ ।

ଘେନି ମୋ ବଚନ ହୁଅ ସୁପ୍ରସନ୍ନ
ପରିପନ୍ଥୀଙ୍କର ଭାଙ୍ଗୁ ଓଜ । ୪ ।

କଙ୍କତି ଟଙ୍କାରି ନଖରେ କିଙ୍କରୀ
ଗୋପାଳକୃଷ୍ଣ ବୋଲଇ ବ୍ରଜ । ୫ ।