Binayaka Bighna Binasana Kari

ବିନାୟକ ବିଘ୍ନ ବିନାଶନକାରୀ
(Gajapati— Raga Kalyana, Tala Khemata)
(ଗଜପତି— ରାଗ କଲ୍ୟାଣ, ତାଳ ଖେମଟା)

ବିନାୟକ ବିଘ୍ନ ବିନାଶନକାରୀ । ଘୋଷା ।

ପାର୍ବତୀ ନନ୍ଦନ ପାପ ବିମୋଚନ
ଏ ଭବସିନ୍ଧୁ ତରୀ । ୧ ।

ମୂଷିକ ବାହନ ଭୂଷିତ ଭୂଷଣ
ପାଳିତ ଶିବ ଗୌରୀ । ୨ ।

ଆଶ୍ରିତ ଯେ ଲୋକ ଶିବ ସୁଖ ଦାୟକ
ବନ୍ଦିତ ସୁର ଶୌରି । ୩ ।

ଗଣପତି ଦେବ ଗଜପତି ଦେବ
ମାନସକଞ୍ଜ ହାରୀ । ୪ ।