Etharaka Syama Dosa Kara Khyama

ଏଥରକ ଶ୍ୟାମ ଦୋଷ କର କ୍ଷମା
(Gopalakrusna— Raga Kirabani, Tala Adatali)
(ଗୋପାଳକୃଷ୍ଣ— ରାଗ କୀରବାଣୀ, ତାଳ ଆଡ଼ତାଳି)

ଏଥରକ ଶ୍ୟାମ ଦୋଷ କର କ୍ଷମା ରେ । ଘୋଷା ।

ପଦ ତଳେ ପଡ଼ି ଯାଉଛନ୍ତି ସଢ଼ି
ତୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମା ରେ । ୧ ।

ନ ଘୋଡ଼ା ଶ୍ରବଣ କହୁଛନ୍ତି ଶୁଣ
କୃପାନିଧି ବୃଷଭାନୁ ଜେମା ରେ । ୨ ।

କେତେ ଥର ସହି ଯାଇନାହୁଁ ସହି
ଅପରାଧ ଯାକ ଘେନି ପ୍ରମା ରେ । ୩ ।

ପଶୁପ ନଗରୀ ଶିରୀ ଯିବ ସରି
ନ ଚାହିଁଲେ କେଶରୀ ମଧ୍ୟମା ରେ । ୪ ।

ଗୋପାଳକୃଷ୍ଣ ସେ ସମୟରେ ଭାଷେ
ଅର୍ଦ୍ଧ ହୋଇଗଲାନି ତ୍ରିଯାମା ରେ । ୬ ।