Mohana Riti Chinha Padila Ma

ମୋହନ ରୀତି ଚିହ୍ନା ପଡ଼ିଲା ମା
(Gopalakrusna— Raga Mohanaa, Tala Tripata)
(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ତ୍ରିପଟା)

ମୋହନ ରୀତି ଚିହ୍ନା ପଡ଼ିଲା ମା । ଘୋଷା ।

ଅପାର ରଜନୀ ହେଲା ରେ ସଜନୀ
ପ୍ରାଚୀ ବଧୂକୁ ବିଧୁ ଚୁମ୍ବିଲା ମା । ୧ ।

କି ଯୋଗରେ ଆଜ ସାଜିଥିଲି ସଜ
କାନନ ମଲ୍ଲୀ ଦଶା ଘଟିଲା ମା । ୨ ।

ତୋଳିଦେ ଗୋ ତଳ୍ପ ପୂରିଲା ସଂକଳ୍ପ
ନିକୁଞ୍ଜ ଭାଗ୍ୟ ଭୋଗ ଅଣ୍ଟିଲା ମା । ୩ ।

ପର ପୀରତିକି ପୁରୁଷ ଜାତିକି
ପରତେ କଲା ଫଳ ମିଳିଲା ମା । ୪ ।

ଗୋପାଳକୃଷ୍ଣ ସେ ସମୟରେ ଭାଷେ
ଲୁଚିଛନ୍ତିଟି ସବୁ ଶୁଭିଲା ମା । ୫ ।