Dhanaku Ke Mane Balaila Re

ଧନକୁ କେ ମାନେ ବଳାଇଲା ରେ
(Kabisurjya— Raga Nata, Tala Pahapata)
(କବିସୂର୍ଯ୍ୟ— ରାଗ ନଟ, ତାଳ ପହପଟ)

ଧନକୁ କେ ମାନେ ବଳାଇଲା ରେ
କେ ଦେଲା ଏ ଦଣ୍ଡ ରୋଷ ଲୌହଦଣ୍ଡ
ତା ମନ କୁନ୍ଦରେ ରସାଇଲା ରେ । ଘୋଷା ।

ମୋ ସୁଖ ମୃଦୁଳ ମାଳତୀର ମାଳ
କା ପାଦ ପାଷାଣେ ଦଳାଇଲା ରେ । ୧ ।

ବୋଲେ କବିସୂର୍ଯ୍ୟ ଆହା ମୋ ଧଇର୍ଯ୍ୟ
ତୁଳା ପଟଳକୁ ଜଳାଇଲା ରେ । ୨ ।