Trahi Trahi Madanamohana

ତ୍ରାହି ତ୍ରାହି ମଦନମୋହନ
(Dwija Padmanabha— Raga Mohanaa, Tala Jati)
(ଦ୍ୱିଜ ପଦ୍ମନାଭ— ରାଗ ମୋହନା, ତାଳ ଯତି)

ତ୍ରାହି ତ୍ରାହି ମଦନମୋହନ
ତ୍ରାହି ଶ୍ରୀ ସଚ୍ଚିଦାନନ୍ଦ
ତ୍ରାହି ନବଦ୍ୱୀପ ଜିଣିତ ସୁଧାକର
ତ୍ରାହି ତ୍ରିଭୁବନ ବନ୍ଦନ । ଘୋଷା ।

ଗରୁଡ଼ଗମନ ସୁଧର୍ମାପାଳନ
ଭକ୍ତଜନରଙ୍କର ପାଳନ
ମାନଗୋବିନ୍ଦ ଗର୍ବଗଞ୍ଜନ
କାଳୀ ଶିରେ କଲ ନର୍ତ୍ତନ । ୧ ।

ଜନମ କାଳରେ ଇନ୍ତୁଡ଼ିଶାଳରେ
ପୂତନେ ଦେଲା କ୍ଷୀର ପାନେଣ
କାଳରୂପେ ହରି ମାୟା ତାକୁ କରି
କ୍ଷୀର ସଙ୍ଗତେ ପ୍ରାଣ ଶୋଷିଣ । ୨ ।

ଅର୍ଘା ବକା ଷଣ୍ଢା ଶକଟା ନାଶିଲ
ତୃଣାସୁରକୁ କଲ ବନ୍ଧନ
କଂସ କେଶୀ ମାରି ମାୟା ତାକୁ କରି
ମାଈଁଙ୍କ କୋଳେ କଲ ରୋଦନ । ୩ ।

ଶ୍ରୀଗୁରୁ ବୈଷ୍ଣବ ଯା ପାଦ ପଙ୍କଜ
ଭଜିଣ ଯିବା ବୃନ୍ଦାବନେଣ
ତ୍ରାହି ମାନସ ସାର ସାରସ
ପଦ୍ମନାଭ କରେ ବନ୍ଦନ । ୪ ।