(କବିଚନ୍ଦ୍ର କାଳୀଚରଣ— ରାଗ ମୋହନା, ତାଳ ଝମ୍ପା)
ସେହି ନା ନବନବୀନା କାଳିଆ ସୁନା
ଯମୁନା ତଟେ ତୁ ଅନା ଉଭା ସେ କି ନା । ଘୋଷା ।
ମଉଳା ତମାଳ ସରି ଦିଶିଯାଏ ଶ୍ୟାମ ଶିରୀ
ନାହିଁ ତା ବଦନ ଝଳି ତୋ ଲାଗି ସିନା । ୧ ।
ଅନୁସରି ତୋରେ ଗୋରୀ ନୟନୁ ନିଦ ପାଶୋରି
ଉଜାଗରେ ପଡ଼େ ଢଳି ବରଜ କହ୍ନା । ୨ ।
ଏବେ ହେଲେ ନ ଚାହିଁଲୁ କରମଣି ଦୂର କଲୁ
କି ଯଶ ତୁ ଅରଜିଲୁ କହ ନବୀନା । ୩ ।
ମାନ ସାନ କୁହା ଧନୀ ମୋହନେ ନୁହ ମାନିନୀ
ଝରାଇ ନୟନୁ ପାଣି ଝୁରି ବସନା । ୪ ।