Kaha Ki Hela Sahi Ki Hela

କହ କି ହେଲା ସହି କି ହେଲା
(AnonymousEkatali)
(ଅଜ୍ଞାତ କବିଏକତାଳି)

କହ କି ହେଲା ସହି କି ହେଲା
କପଟ ରୁଷାରେ । ଘୋଷା ।

ନ ଚାହିଁ ପୁଣି ତାଙ୍କ
ଶ୍ରୀମୁଖ ହରିଣାଙ୍କ
ସଖୀ ଆଖି ରଖିଲୁ ରସାଳସା ରେ । ୧ ।

ଶ୍ୟାମ ନାଗର ମଣି
-ମୟ ମଣ୍ଡନା ଶ୍ରେଣୀ
ବୁଣି ଦେଲୁ ତୁ ପୁଣି ମୃଗଦୃଶା ରେ । ୨ ।