Jana Galani Chali Chahani

ଜଣା ଗଲାଣି ଚାଲି ଚାହାଣୀ
(Gopalakrusna— Raga Kedara, Tala Ekatali)
(ଗୋପାଳକୃଷ୍ଣ— ରାଗ କେଦାର, ତାଳ ଏକତାଳି)

ଜଣା ଗଲାଣି ଚାଲି ଚାହାଣୀ
କିଶୋରୀ ମଣି । ଘୋଷା ।

ଲଳନାବର ଥରକୁ ଥର
ଯମୁନାରୁ ନୀର ଅଣା ଲାଗିଲାନି । ୧ ।

ବ୍ରଜେନ୍ଦ୍ର ସୁତ ନୟନ କୁନ୍ତ
ଘାତ ବିବେକ ବୁଦ୍ଧି ବଣା କଲାନି । ୨ ।

ତୋ ଭାବନାରେ ଶ୍ୟାମ ପଦରେ
ମଦନ ରଜା ନିଉଁଛଣା ହେଲାନି । ୩ ।

ପ୍ରାଣ ମିତଣୀ ବିନୟ ବାଣୀ
ଆଡ଼ ଉହାଡ଼ରେ ରହି ଶୁଣାଗଲାନି । ୪ ।

ଆସୁ ଜରତୀ ଚାହୁଁ ଝଟତି
ଗୋପାଳକୃଷ୍ଣ ବୋଲଇ ହୁଏ ତୁନି । ୫ ।