(ବେଣୁଧର— ରାଗ ରସମଞ୍ଜରୀ, ତାଳ ଯତି)
କହିବାକୁ ଲାଜ ମାଡ଼ୁଛି ସଜନୀ ଗୋ
ନ କହି ତ ରହି ପାରୁ ନାହିଁ ଗୋ
ଆହେ ଘନଶ୍ୟାମ ଯାହା କଲେ ଆଗୋ
ଶୁଣିଗଲେ । ଘୋଷା ।
ସହିପାରେ କେହି ପାଶରେ ନ ଥିଲେ
ବସି ଫୁଲ ଗୁନ୍ଥୁଥିଲି ମୁହିଁ
ମୁହିଁ ଅନୁରାଗ ପାଞ୍ଚେ ତନୁ ସଙ୍ଗ
ଗାଉଥିଲେ ଗୀତ ହର୍ଷ ହୋଇ
ରହିଥିଲେ କାହିଁ ସେ କଳାକହ୍ନାଇ
ଦିନେ