Alie Kalie Bata Rundhela

ଆଳିଏଁ କାଳିଏଁ ବାଟ ରୁନ୍ଧେଲା
(Kanhupa— Raga Pattamanjari, Tala Jhula)
(କାହ୍ନୁପା— ରାଗ ପଟ୍ଟମଞ୍ଜରୀ, ତାଳ ଝୁଲା)

କାହ୍ନୁପାଦାନାମ୍
ଆଳିଏଁ କାଳିଏଁ ବାଟ ରୁନ୍ଧେଲା
ତା ଦେଖି କାହ୍ନୁ ବିମନ ଭଇଲା ।
କାହ୍ନୁ କାହିଁ ଗାଇ କରିବ ନିବାସ
ଜେ ମନ ଗୋଆର ସୋ ଉଆସ ।
ତେ ତିନି ତେ ତିନି ତିନି ହୋ ଭିନ୍ନ
ଭଣଇ କାହ୍ନୁ ଭବ ପରିଚ୍ଛିନ୍ନା ।
ଯେ ଯେ ଆଇଲା ତେ ତେ ଗେଲା
ଅବଣା ଗବଣେ କାହ୍ନୁ ବିମନ ଭଇଲା ।
ହେରି ସେ କାହ୍ନୁ ନିଅଡ଼ି ଦିନଭର ବଟ୍ଟଇ
ଭଣଇ କାହ୍ନୁ ମୋ ହିଅହି ନ ପଇସଇ ।