Ja Ja Tu Pherija Nagari Raja

ଯା ଯା ତୁ ଫେରିଯା ନାଗରୀରାଜା
(Lokanatha Pattanayaka— Raga Anandabhairabi, Tala Tripata)
(ଲୋକନାଥ ପଟ୍ଟନାୟକ— ରାଗ ଆନନ୍ଦଭୈରବୀ, ତାଳ ତ୍ରିପଟା)

ଯା ଯା ତୁ ଫେରିଯା ନାଗରୀରାଜା
ବାଜେ ବଜାରେ ବାଜା । ଘୋଷା ।
ନିର୍ଲ୍ଲଜ ବ୍ରଜରାଜ ତନୁଜ ତେଜି ଲାଜ
ତୋତେ ଦେଖାଇ ଆଜ ବିନ୍ଧେ ନିନ୍ଦା ନାରାଚ ।
(ପଡ଼ି)
ଜଞ୍ଜାଳ ନ ଅରଜ ତା ମମତା ବରଜ
କୁଞ୍ଜେ ଯିବାକୁ ରାଜସତୀ ନ ହୁଅ ସଜ
ବାଟେ ଜଗିଛି ବ୍ରଜ ବିଟାଳ ଯୁବରାଜ
ଖଞ୍ଜେ ଖଞ୍ଜନନେତ୍ରୀ ତୋତେ ଦେବଟି ସଜା । ୧ ।

ଡାକେ ମୁରଲୀ ନାଦେ ରେ ସୁନ୍ଦରୀ ରାଧେ
ପାଦ ନ ଦେ ତା ଫାନ୍ଦେ ।
ଉଚ୍ଚାଟି ଚାଟୁବାଣୀ ମନ ତୋ ନିଏ ଟାଣି
ତୋ ପ୍ରେମେ ପରିମାଣି ମଜ୍ଜାଏ ଜାଣି ଜାଣି ।
(ପଡ଼ି)
ଜଞ୍ଜାଳ ନ ଅରଜ ତା ମମତା ବରଜ
କୁଞ୍ଜେ ଯିବାକୁ ରାଜସତୀ ନ ହୁଅ ସଜ
ବାଟେ ଜଗିଛି ବ୍ରଜ ବିଟାଳ ଯୁବରାଜ
ଖଞ୍ଜେ ଖଞ୍ଜନନେତ୍ରୀ ତୋତେ ଦେବଟି ସଜା । ୨ ।