Prana Bandhua Aja Ta Anauni

ପ୍ରାଣବନ୍ଧୁଆ ଆଜ ତ ଅନାଉଣି ନୂଆ ରେ
(Kabisurjya— Raga Debagandhari, Tala Jati)
(କବିସୂର୍ଯ୍ୟ— ରାଗ ଦେବଗାନ୍ଧାରୀ, ତାଳ ଯତି)

ପ୍ରାଣବନ୍ଧୁଆ
ଆଜ ତ ଅନାଉଣି ନୂଆ ରେ । ଘୋଷା ।

ସ୍ମିତ କାନ୍ତି ପ୍ରସରୁ
ସରୁମଧ୍ୟାରେ କରୁ
ବସୁଧା ସୁଧାରେ ଗାଧୁଆ ରେ । ୧ ।

ହିଆରେ ଢଳି ମୋର
ସୁଆଦ ରଦାମ୍ବର
ପିଆଇ ଧନ ମୋତେ ଜିଆ ରେ । ୨ ।

ନିଶ ମରଦୁ ଅଛି
କି ସମଜୁଛୁଛି ଛି
ବିଷମ ବିଶିଖ ମଦୁଆ ରେ । ୩ ।

ଅମଳ ମୃଦୁ ଦେହା
ଶ୍ୟାମଳ ଉରେ ବୁହା
ଯାମଳ ପୀୟୁଷ ମାଠିଆ ରେ । ୪ ।

ଶ୍ରୀ ଜଗଦ୍ଦେବ ଭାଷେ
ଦେବୀ ସବ୍ରୀଡ଼ ହାସେ
ଅଣିମାଦି ସୁଖକୁ ଦିଆ ରେ । ୫ ।