Abani Bhusa Atanu Bane

ଅବନୀଭୂଷା ଅତନୁ ବାଣେ
(Kabisurjya— Raga Chokhi, Tala Ekatali)
(କବିସୂର୍ଯ୍ୟ— ରାଗ ଚୋଖି, ତାଳ ଏକତାଳି)

ଅବନୀଭୂଷା
ଅତନୁ ବାଣେ ନ ଭୂଷା ରେ । ଘୋଷା ।

ଦେଖ ଏ ଶରଦ କାଳ
ଘନା ଏ ସୋହାଗ ଜାଳ
ଧ’ନା ଏ ଧୂତ ଧୁନି ରୁଷାରେ । ୧ ।
(ପଡ଼ି)
ଲୋକେ ଟେକି ରାଟପଣ
ଲୋକେ ଦୁର୍ଲ୍ଲଭ ଯୌବନ
ଢୋକେ ଦେଇ ନାଶ ତୃଷାରେ । ୨ ।

ଅମ୍ବର ଚନ୍ଦ୍ର ମଣ୍ଡଳ
ଦମ୍ଭ କରେ ଦୃଷ୍ଟି ବଳ
ଅଷ୍ଟଦୁର୍ଗର ଏ ଭାଷା ରେ । ୩ ।