Jaya Jaya Pitabasana Banamali

ଜୟ ପୀତବସନ ବନମାଳୀ
(Ekatali)
(ଏକତାଳି)

ଜୟ ଜୟ ପୀତବସନ ବନମାଳୀ
ଶ୍ୟାମତନୁ ମନହାରୀ । ଘୋଷା ।

ଉଦିତ ଅରୁଣଜିତ ଶ୍ରୀରଙ୍ଗଚରଣ ଭବଭୟ ତ୍ରୟତାପ ହାରୀ
କୋଟି କୋଟି ଜୀବ ଶରଣପଞ୍ଜର ମରଣକ୍ଳେଶ ନିବାରୀ । ୧ ।

ପୂର୍ଣ୍ଣ କଳାକର କାନ୍ତି ଚୂର୍ଣ୍ଣକର ଶ୍ରୀମୁଖ ଲାବଣ୍ୟଧାରୀ
ଜଗଜ୍ଜନ ମନୋରଥ ସାରଥୀ ଶ୍ରୀପତି ପାପ ପୁଣ୍ୟ ଅଧିକାରୀ । ୨ ।

ଅଭୟ ଚରଣଯୁଗ ଭବଭୟ ବାରଣ ଶରଣଜନ ମୋକ୍ଷକାରୀ
ସୁରଧୁନୀ ନିର୍ଝର ଶୁଦ୍ଧ ମକରନ୍ଦ ଆଦିକନ୍ଦ ଦଇତାରି । ୩ ।