Kala Dhala Sodare Bala Chitta

କଳା ଧଳା ସୋଦରେ ବଳା ଚିତ୍ତ
(Banamali— Raga Bangalasri, Tala Athatali)
(ବନମାଳୀ— ରାଗ ବଙ୍ଗଳାଶ୍ରୀ, ତାଳ ଆଠତାଳି)

କଳା ଧଳା ସୋଦରେ ବଳା ଚିତ୍ତ ମୋଦରେ
ପଳାଇବ ଦୂରିତ ନ ରହି ମହା ଖେଦରେ । ଘୋଷା ।

ଦଳିତ ସୁଅଞ୍ଜନ ବଳି ତନୁ ରଞ୍ଜନ
ଲଳିତ ତମାଳ ଇନ୍ଦ୍ରମଣି ଦର୍ପଗଞ୍ଜନ । ୧ ।

ଗଙ୍ଗା ଜଳୁଁ ଧବଳ ଅଙ୍ଗାବଳୀ ଏ ବଳ
ରଙ୍ଗାଧର ଶୋଭା ଦେଖ ହେବ ଦୁଃଖ ଦୁର୍ବଳ । ୨ ।

ଚାହଁ ଲୋକ ନିସ୍ତାରେ ମହାବାହୁ ବିସ୍ତାରେ
ଆହାଲାଦରେ ଏଟି ଚଉଦ ଲୋକ ସାସ୍ତାରେ । ୩ ।

ବନମାଳୀ ଭାଷିଲା ଜନମ ବିନାଶିଲା
ଘନଶ୍ୟାମ ରାମ ଠାରେ ମନ ନ ନିବେଶିଲା । ୪ ।