Asuchanti Brajabasi Dhire Dhire Chali Chali

ଆସୁଛନ୍ତି ବ୍ରଜବାସୀ ଧୀରେ ଧୀରେ ଚାଲି ଚାଲି
(Ramachandra DebaJhula)
(ରାମଚନ୍ଦ୍ର ଦେବଝୁଲା)

ଆସୁଛନ୍ତି ବ୍ରଜବାସୀ
ଧୀରେ ଧୀରେ ଚାଲି ଚାଲି ଗୋ । ଘୋଷା ।

ଦିନ ଶେଷ ସମୟରେ
ରହି ସୁରଭୀ ପଛରେ
ବଜାଉଛନ୍ତି ମୁରଲୀ
ଧୀରେ ଧୀରେ ଚାଲି ଚାଲି ଗୋ । ୧ ।

ଇନ୍ଦ୍ରନୀଳମଣି ତନୁ
ପରିହାସ ଜାତ ମନୁ
ଝୁଲନ୍ତି ବରହୀ ଚାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୨ ।

ଦେଖିବା ସଜନୀ ଚାଲ
ନୋହିବାଟି କଲବଲ
ଫିଙ୍ଗିବେ ସେ ନେତ୍ର ଭାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୩ ।

ନାଗେଶ୍ୱର ନାଦ ପରି
କଟୀ କିଙ୍କିଣୀକି କରି
ଖେଳାନ୍ତି ଅହି ଭ୍ରୂବଲ୍ଲୀ
ଧୀରେ ଧୀରେ ଚାଲି ଚାଲି ଗୋ । ୪ ।

ରାମଚନ୍ଦ୍ର ଦେବ ଭଣି
ଭାଷଇ କେଉଁ ରମଣୀ
କଲେ କେତେ ଭଙ୍ଗୀ କାଲି
ଧୀରେ ଧୀରେ ଚାଲି ଚାଲି ଗୋ । ୫ ।