Mohana Madhuri Dekhithila Nari

ମୋହନ ମାଧୁରୀ ଦେଖିଥିଲା ନାରୀ
(GopalakrusnaKhemata)
(ଗୋପାଳକୃଷ୍ଣଖେମଟା)

ମୋହନ ମାଧୁରୀ ଦେଖିଥିଲା ନାରୀ
ନିଦ ଯିବକି ଆହୁରି ରେ । ଘୋଷା ।

ଦୃଷ୍ଟିପାତ ଠାରେ ଅନୁବରତରେ
ଛବି ଦିଶିବ ତାହାରି ରେ
ପାଶକୁ ଆସିଲା ପରି ଲାଗୁଥିବ
ହସି ହସି ବଂଶୀଧାରୀ ରେ । ୧ ।

କି ସହିବ ନାହିଁ କେଉଁ ଦେବତାଙ୍କୁ
ତା ପ୍ରୀତି ପାଇଁ ଜୁହାରି ରେ
ସବୁ ବରତ କରିବି ବୋଲୁଥିବ
ପାଇଲେ କୁଞ୍ଜବିହାରୀ ରେ । ୧ ।

କୃଷ୍ଣ ବୋଲି କେଣେ କାହିଁକି କେ ତେଣେ
ଡାକିଲେ ପୂରୁଁ ବାହାରି ରେ
ଚଉଦିଗକୁ ଚାହିଁ ମାର ମୋଦରେ
ହୋଇ ନ ଯିବକି ଘାରି ରେ । ୩ ।

କଳିନ୍ଦଜା ତୀରେ ନିକୁଞ୍ଜ କୁଟୀରେ
ନିଛାଟ କାଳ ବିଚାରିରେ
ମିଳିବା ପାଇଁକି କେତେ ଥର ହେଲେ
ଆଣି ନ ଯିବ କି ବାରି ରେ । ୪ ।

ସୁଗୁଣ ସୁନ୍ଦରପଣ ଯାକ ଗୁଣି
ଏକାଇ ତାକୁ ହିଆରି ରେ
ବୋଲେ ଗୋପାଳକୃଷ୍ଣ ଜୀବ ଥିଲେକି
ଯିବ ମନରୁ ପାଶୋରିରେ । ୫ ।