Manu Jau Nahi Ma

ମନୁ ଯାଉ ନାହିଁ ମା
(Krushna Chandra Gajapati— Raga Sankarabharana, Tala Khemata)
(କୃଷ୍ଣଚନ୍ଦ୍ର ଗଜପତି— ରାଗ ଶଙ୍କରାଭରଣ, ତାଳ ଖେମଟା)

ମନୁ ଯାଉ ନାହିଁ ମା
ନବନୀରଦୋପମା
ନନ୍ଦକୁଳଚନ୍ଦ୍ର ନୀଳ ଖିଳ ସୁଷମା । ଘୋଷା ।

କାହିଁ ଯାଇ ରହିଲେ ସେ ଶିଖୀ
ଚନ୍ଦ୍ରିକା ବିଭୂଷିତ ସଖୀ
ମୋ ହୃଦୟ ମଣିମୟହାରା ସୁରଞ୍ଜା । ୧ ।

ଆହା କି ସୁମଧୁର ରେ ସଜନୀ
ମୋହନ ମନ୍ଦ୍ର ମୁରଲୀର ଧ୍ୱନି
ମନଘେନା ସେ ଯମୁନା କାନନ ସୀମା । ୨ ।

ଶ୍ରୀ ଗଜପତି କୃଷ୍ଣଚନ୍ଦ୍ର
ଧ୍ୟାୟେ ଶ୍ରୀରାଧାଗୋବିନ୍ଦ
ମିଳନ ମନ ନୟନ ଆନନ୍ଦ ସୀମା । ୩ ।