Khela Khanjarita Drusa

ଖେଳା ଖଞ୍ଜରୀଟ ଦୃଶା
(KabisurjyaKhemata)
(କବିସୂର୍ଯ୍ୟଖେମଟା)

ଖଟାଅ ମୋତେ ତା ବେହରଣ ଫୁଲ ଖଟ ତଳେ ଦିବା ନିଶା
ସଙ୍ଗାତରେ ଖେଳା ଖଞ୍ଜରୀଟ ଦୃଶା । ଘୋଷା ।
ଖିଲାଇ ମାତ୍ରକ ବିନ୍ଦୁମିତମଧୁ ବନ୍ଧୁକବନ୍ଧୁ ଅଧରୁ
ଖିଆଲ ରସ ପ୍ରସଙ୍ଗ ସଙ୍ଗିନୀଙ୍କ ଜଣେ ମୋତେ ଗଣା କରୁ । ୧ ।
ଖିଲିଖିଲି କରି ଖୁଆଇବି ଶିରୀମୁଖେ କର୍ପୂର ବିଡ଼ିଆ
ଖଲି ମୃଗମଦ ଚିତ୍ରିବି ପ୍ରମୋଦ ଭରେ ଊରଜ ନଡ଼ିଆ । ୩ ।
ଖଣ୍ଡ ସହୋଦର ମଧୁର ତା ଗୀର ବରତନ ବୋଲି ଭାବି
ଖୁଣ ନ ଥିବାର ଅଲକତ ସାର ଚିତ୍ରପଦେ ଲେଖୁଥିବି । ୪ ।
ଖଟା ଲେଶ ଚିତ୍ତେ ନ ରଖି ଲଳିତେ ଘେନାଅ ବାଳା ପୁରତେ
ଖରାପ ନୁହେଁଟି ପର ଉପକୃତି ବୋଲେ କବିରବି ଗୀତେ । ୫ ।