(ବିନାୟକ ମିଶ୍ର)
ସହିରେ ସତେକି
ପତି ଥିବା ଦେଶେ ନାହିଁକିରେ ମଦନ ଗତି । ଘୋଷା ।
ଯେବେ ଡରନ୍ତା ସ୍ମରେ ଫେରିଥାଆନ୍ତା ଘରେ
ପର ପରସଙ୍ଗେ କିବା ରଙ୍ଗେ ରହିଲେ ମାତି । ୧ ।
ତହିଁ ବିରହ ତାତି ନୁହେଁ କି ଅନୁଭୂତି
ଅବା ସେ ଦେଶରେ ଅନାୟତ୍ତେ ଜଡ଼ଇ ମତି । ୨ ।
ଅନା ଚପଳା ଖେଳେ ନୀଳ ଜଳଦ କୋଳେ
ତରୁ ତୁଲେ ଖେଳେ ଲତା ଭୋଳେ କି ଭାଗ୍ୟବତୀ । ୩ ।
ଏକେ ଏ ଘନ କାଳ ବିରହିଣୀର କାଳ
ତହିଁ ପରପଞ୍ଚ ପଞ୍ଚଶର ନ ରଖେ ଧୃତି । ୪ ।