Pancha Bana Bana Banchana Re

ପଞ୍ଚବାଣ ବାଣ ବଞ୍ଚନାରେ
(Anonymous— Raga Sankarabharana, Tala Ekatali)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଏକତାଳି)

ପଞ୍ଚବାଣ ବାଣ ବଞ୍ଚନାରେ
କିଞ୍ଚିତେ ଦାସକୁ ମୁଞ୍ଚନା ।
ପ୍ରେୟସୀରେ ଗଜରାଜ ବିନିନ୍ଦିତ ଗାମିନୀ
ଭାମିନୀ ଯାମିନୀଶ ବଦନା । ଘୋଷା ।

ବାଞ୍ଛିତ ଦାନରେ ନିରତ ଲାଞ୍ଛିତ
ସୁର ତରୁବର ସୁରଭି ଦୁବ୍ରତ
କୁଞ୍ଜପୁଞ୍ଜ ନବକେଳି ରଞ୍ଚିତ
ମନ୍ଦରଊରଜା କୁନ୍ଦକଳିରଦନା । ୧ ।

ପାମର କାମର ନାମେ ଦାସ ଥରେ
ବନ୍ଧୁକ ବାନ୍ଧବ ଅଧରାରେ ଥରେ
ମୁଞ୍ଚ ମୁଞ୍ଚ ଦରହାସୀ ନା ଥରେ
ସଞ୍ଚିତ କିଞ୍ଚିତ ଦୋଷକୁ ସୁଲୋଚନା । ୨ ।