(ବିନାୟକ ମିଶ୍ର)
ପ୍ରେମର ମୂଲ ଜାଣେ ସିନା ପ୍ରେମିକ ଅନ୍ତର
ପ୍ରେମହୀନ ଜନ ମନ ପଶୁରୁ ଇତର । ଘୋଷା ।
ପ୍ରେମ ପ୍ରାଣ ତୁଳରେ ପ୍ରେମ ସିନା ତଳରେ
ଲାଗିଯାଇ ଦହିବ ଅନ୍ତର । ୧ ।
ପ୍ରେମ ଶଶୀ ଗଗନେ ହସେ ପ୍ରେମ ମଗନେ
କଇଁ ହସେ ସରସୀ ଭିତର । ୨ ।
ପ୍ରେମ ଜାଣେ ରସାଇ ମେରୁ ଚୂଳେ ବସାଇ
ଘେନିଯାଏ ବଣ କନ୍ଦର । ୩ ।
ପ୍ରେମ ରତ୍ନ ପସରା କଲାଟି ଯେ ଆସରା
ଗଲା ଧ୍ରୁବଲୋକରୁ ଖାତର । ୪ ।