Ghana Kesa Re Ghena Ete Gira

ଘନକେଶା ରେ ଘେନ ଏତେ ଗିର
(KabisurjyaJati)
(କବିସୂର୍ଯ୍ୟଯତି)

ଘନକେଶା ରେ
ଘେନ ଏତେ ଗିର ମୋର ସୁସାରେ । ଘୋଷା ।
ଘସ୍ରନାଥକନ୍ୟାକୂଳବସା ରେ
ଘୋଣାଗ୍ରେ କିଶୋର ଶ୍ଵାସ ପ୍ରସାରେ । ୧ ।
ଘୋରତର କାମକାତିଭୂଷାରେ
ଘାଣ୍ଟି ହେଉଅଛି ଦିବାନିଶାରେ । ୨ ।
ଘଟସ୍ତନା ତୁ ଏ କଷ୍ଟଦଶାରେ
ଘନାଶ୍ଳେଷେ ରଖି ଯଶ ସଂସାରେ । ୩ ।
ଘାରି ହେଉଅଛି ଏ ଦୁର୍ଦ୍ଦଶାରେ
ଘୋରି ହୋଇ ଯାଉଛି ସେ ରସାରେ । ୪ ।
ଘୋଟି କାମତମ ପ୍ରତିଦିଶାରେ
ଘୁମାଉଅଛିଟି ରସାଳସା ରେ । ୫ ।
ଘଡ଼ିଏ ଶ୍ରୀଯୁଗଳ ପ୍ରଶଂସାରେ
ଘଟାଇଲେ କବିରବି ଭାଷାରେ । ୬ ।