Sarala Malasri

ସାରଳା ମାଳଶ୍ରୀ
(Sudramuni Sarala DasaTripata)
(ଶୂଦ୍ରମୁନି ସାରଳା ଦାସତ୍ରିପଟା)

ଆପଦ ଖଣ୍ଡନୀ ମା ଗୋ ବିପଦ ନାଶେନୀ
ଦୁଃସହ ଦୁର୍ଗତିରୁ ଫେଡ଼ କାନ୍ତାୟେନୀ
ପରମ ଯୋଗେଶ୍ୱରୀ ଗୋ ଆଦି ଯେ ଅପର୍ଣ୍ଣା
ମହାମାୟେ ମାହେଶ୍ୱରୀ ଅନାଦି ଅନ୍ନପୂର୍ଣ୍ଣା । ୧ ।

ଦୁର୍ଗତି ତାରେଣୀ ମା ଗୋ ଆପଦ ଖଣ୍ଡନୀ
ଦୁଃସହ ଦୁର୍ଗତି ନାଶି ଉଦ୍ଧର ଗୋସାମଣୀ
ବିଂଝଗିରି ବାସେନୀ ମା ଗୋ ପରଦୁଃଖେ ଦୁଃଖୀ
ଦୁର୍ଗତି ତାରେଣୀ ମା ଗୋ ଶରଦ ଚନ୍ଦ୍ରମୁଖୀ । ୨ ।

ଲୋହିତ କର୍କଶ ବଦନୀ ମା ଗୋ ଅଭୟେ ମଙ୍ଗଳା
କରୁଣା ବତ୍ସଳୀ ମା ଗୋ ତୁହି ସେ ସର୍ବ ମଙ୍ଗଳା
ଜଗତର ମାତ ଗୋ ରୁଚିତ ମାତଙ୍ଗୀ
ଜଗତ ଜନନୀ ମା ଗୋ ଭବ ବୃନ୍ଦ ସଙ୍ଗୀ । ୩ ।

ଯୋଗେ ଯୋଗେଶ୍ୱରୀ ମା ଗୋ ମହାଜ୍ଞାନ ରୂପୀ
ବ୍ୟାଘ୍ର ମୃଦ ଶାର୍ଦ୍ଦୂଳ ଚଢ଼ି ଗଗନରେ କ୍ଷେପି
ପ୍ରଫୁଲ୍ଲ ଅରବିନ୍ଦ ଚରଣ ତଳ କାନ୍ତି
ଡାକି ଡମ୍ବରୁ ମା ଗୋ ବିକସିତ ନେତ୍ରୀ । ୪ ।

ଜଳଧର ମେଦୁର ଜିଣି ଯାହାର ଅଙ୍ଗ ଭାବ
ସର୍ବଜ୍ଞ ସୁନ୍ଦେରୀ ମା ଗୋ ମୋହିନୀ ସର୍ବ ଦେବ
ତକ୍ଷଣେ ବାତୁଳ ମା ଗୋ ତକ୍ଷଣେ ଗଗନ କ୍ଷେପି
ୟେକ କାୟା ଅନ୍ତେ ମା ଗୋ ଅର୍ଦ୍ଧ କାୟା ବ୍ୟାପି । ୫ ।

ଶ୍ୟାମ ରୁଚିର ନେତ୍ରୀ ବିକସିତ ନେତ୍ରା
କାମିନୀ କାମସେଣା ଆବର ଜଗତ ମାତା
ମମ ସର୍ବ ପାପ ମା ଗୋ ମମ ଆପଦ ଖଣ୍ଡି
ସଦା ସନ୍ତତ୍ତି ଦେଉ ମା ଗୋ ମଙ୍ଗଳ ଚଣ୍ଡୀ । ୬ ।

ଦଧିବାମନ ଅନୁକୂଳ ସମସ୍ତ ଅନୁକୂଳେ
ଜଗତ୍ରୟେକ ଯାତ୍ରା ମା ଗୋ ତୁହି ସର୍ବମଙ୍ଗଳେ
ତବ ପଦ୍ମ ପାଦେ ଯେ ବିନୟେ ଭଗତି
ଜୟ ଜୟ ଦୁର୍ଗା ମା ଗୋ ଅନ୍ନପୂର୍ଣ୍ଣା ପାର୍ବତୀ । ୭ ।

କରନ୍ତି ରଣେ ଯେ ବିନୟେ ଦୟିନି
ବଦନ୍ତି ସାରଳା ଦାସ କବି ଶୂଦ୍ରମୁନି । ୮ ।