Syama Sikhanda Chula

ଶ୍ୟାମ ଶିଖଣ୍ଡ ଚୂଳ
(Kabisurjya— Raga Nagaballi, Tala Rupaka)
(କବିସୂର୍ଯ୍ୟ— ରାଗ ନାଗବଲ୍ଲୀ, ତାଳ ରୂପକ)

Śa Patala — Kisorachandrananda Champu
ଶ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଶ୍ୟାମ ଶିଖଣ୍ଡ ଚୂଳ
ଶ୍ରମ କି ଆଜ ଯାକେ ହେଲା ସଫଳ । ଘୋଷା ।

ଶର୍ବରୀ ନିଦ୍ରା ବିନା ଗଲା କି ସରି
ଶମ୍ବରପର ପୁର କଲ କି ଜୂରି । ୧ ।

ଶ୍ରୀଅଙ୍ଗ ବେଶ କିମ୍ପା ଏପରି ଆଜ
ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ । ୨ ।

ଶିଶୁ ହେଲେହେଁ ତୁମ୍ଭେ କଲଭ ସରି
ଶଶ କିଶୋରୀଟିକି ଦେଲ ଯେ ସାରି । ୩ ।

ଶିରୀଷ ମାଳା ଦଳିଦେଇ କୁଠାରେ
ଶଙ୍କା ନ କଲ ସଖୀମାନଙ୍କ ଠାରେ । ୪ ।

ଶରମପ୍ରଦ ଆଜ ସରିକି ହେଲା
ଶମନ ସ୍ୱସା ତଟ ଅଟବୀ ବୁଲା । ୫ ।

ଶିର ସୁନ୍ଦର ଦିଶେ ଯାବକ ବୋଳେ
ଶରଣ ବୋଲି କି ପଡ଼ିଲ ପା’ତଳେ । ୬ ।

ଶପଥ ଶତ ଶତ କହଟି ସତ
ଶ୍ରୀ ବାଲୁଙ୍କେଶ ନୃପ ରଚିଲେ ଗୀତ । ୭ ।