Krupa Na Kale Je

କୃପା ନ କଲେ ଯେ
(Gopalakrusna— Raga Kousika, Tala Ekatali)
(ଗୋପାଳକୃଷ୍ଣ— ରାଗ କୌଶିକ, ତାଳ ଏକତାଳି)

କୃପା ନ କଲେ ଯେ କାହିଁକି ଧରିବି ପରାଣ
ବ୍ରଜେନ୍ଦୁ ହୃଦ ବିହାରିଣୀ ରାଧେ
ହୋଇଯିବି ତ ଅକାରଣ । ଘୋଷା ।

ନ ମିଳିବ କେବେ ହେଲେ ଯଦି
ସେବା ଅମଳ ଶ୍ରୀକଞ୍ଜ ଚରଣ
ପ୍ରାଣନାଥ ସଖୀ ମଞ୍ଜରୀ ମାନଙ୍କୁ
ଏହିପାଇଁ ନିତି ଜଣାଣ । ୧ ।

ରାସାବସାନରେ କୁସୁମ ବ୍ୟଞ୍ଜନ
ଆଳୀ ଦେଲେ ମୋତେ ଡାକି
କୋଟିଏ ଜନ୍ମର ତପସ୍ୟାର ଫଳ
ବ୍ରଜ ପ୍ରାପ୍ତି ଆଉ ନାହିଁକି । ୨ ।

କେଶର କୁଞ୍ଜର ପ୍ରାଣେଶ ସଙ୍ଗରେ
ନ ଦେଖିବି ଯଦି ଦୁହିଁକି
ଆଖି ବହିବାର ହୋଇଯିବ ସିନା
ଯେମନ୍ତ ଚିତ୍ର ବିରାଟକୀ । ୩ ।

ପରମ ଅଭୀଷ୍ଟ ସ୍ୱାମିନୀ ସୁଜୁଷ୍ଟ
ନ ପାଇବ ଯଦି ରସନା
ବିଷୟା ବିଷ ଘଟର ଦର୍ବୀ ତୁଲେ
ହୋଇଥିବ ସିନା ତୁଳନା । ୪ ।

ବ୍ରଜ ଯୁବରାଜ ପିନ୍ଧାଇ ଥିବାର
ସୁମନସ ସ୍ରଜ ହାରେ
ସଜ ସାଜିବାକୁ ଫିଟାଉଁ ସଜନୀ ନ
ଦେବେ ଯଦି ମୋ ହାତରେ । ୫ ।

ପରମ ଦୟାମୟୀ ନାମ ଶୁଣି
ମୁଁ ପ୍ରତ୍ୟାଶ କରିଛି ସ୍ୱାମିନୀ
ଦନ୍ତେ ତୃଣ ଧରି ଭାଷଇ ଗୋପାଳକୃଷ୍ଣ
ହେ କୃଷ୍ଣ ପ୍ରଣୟିନୀ । ୬ ।