Radha Gobinda Boli Pala Re Parana

ରାଧାଗୋବିନ୍ଦ ବୋଲି ପଳା ରେ ପରାଣ
(GopalakrusnaKhemata)
(ଗୋପାଳକୃଷ୍ଣଖେମଟା)

ରାଧାଗୋବିନ୍ଦ ବୋଲି ପଳା ରେ ପରାଣ । ଘୋଷା ।

ବ୍ରଜବନକୁ ଯାଇ ସ୍ୱାମିନୀ କୁଣ୍ଡେ ରହି
ବୋଲ ହୋଇଲି ମୁଁ ଶରଣରେ । ୧ ।

ଶ୍ରୀ ରାସେଶ୍ୱରୀଙ୍କର କିଙ୍କରୀ ତୁ ପୂର୍ବର
କହିଲି ନିଶ୍ଚେ ଏବେ ଜାଣରେ । ୨ ।

ନୁହଇ କେ କାହାର ବୋଲୁ ସବୁ ମୋହର
ହୋଇ ଯିବୁଟି ଅକାରଣରେ । ୩ ।

ହଜିଛି ଯେଉଁଠାରେ ଲୋଡ଼ ଯାରେ ରହିଁରେ
ବାହାରେ କରନା ଭ୍ରମଣ ରେ । ୪ ।

ଗୋପାଳକୃଷ୍ଣ ଭାଷେ ନ ଯାଉଁ ତ ନିମିଷେ
ମିଳିବ ସେଶ୍ୱରୀ ଚରଣରେ । ୫ ।