Manasa Bhaba Radha Madhaba

ମାନସ ଭାବ ରାଧା ମାଧବ
(Gopalakrusna— Raga Ananda, Tala Adatali)
(ଗୋପାଳକୃଷ୍ଣ— ରାଗ ଆନନ୍ଦ, ତାଳ ଆଡ଼ତାଳି)

ମାନସ ଭାବ ରାଧା ମାଧବ
ନୂତନ ଭେଟ ମହୋତ୍ସବ ମାଧୁରୀ । ଘୋଷା ।

ଶ୍ୟାମ କୁଞ୍ଜରେ ରାଧା ଆଜିରେ
ତାର ତରଳ ଡୋଳା ଖେଳା ଚାତୁରୀ । ୧ ।

ଆଳି ନିକରେ କେଳି ମନ୍ଦିରେ
ଦୁଆରେ ଛାଡ଼ି ଦେବାର କର ଧରି । ୨ ।

ସଙ୍ଗିନୀ ବାସ ନ ତେଜ ରାସ
ରଙ୍ଗିନୀ ଥକିବାର ଲାଜେ ଓହରି । ୩ ।

ସଖୀ ହସନ୍ତି ଥରୁଁ ଶ୍ରୀମତୀ
ଆସୁ ନିକଟକୁ ନିକୁଞ୍ଜ ବିହାରୀ । ୪ ।

ପ୍ରମତ୍ତେ ଗଜ ହେମ ପଙ୍କଜ
ନେଲାପରି ହେବାର ନବ କିଶୋରୀ । ୫ ।

ହେଲା ସତୃଷ୍ଣ ଗୋପାଳକୃଷ୍ଣ
ଧୀରେ କବାଟ ପୁଟ ଆଣି ଓଟାରି । ୬।