Bhaja Mana Braja Bana Dwijarajanku

ଭଜ ମନ ବ୍ରଜବନ ଦ୍ୱିଜରାଜଙ୍କୁ
(GopalakrusnaEkatali)
(ଗୋପାଳକୃଷ୍ଣଏକତାଳି)

ଭଜ ମନ ବ୍ରଜବନ ଦ୍ୱିଜରାଜଙ୍କୁ
ଅଜ ଶେଷ ଭବ ବନ୍ଦ୍ୟ ପଦକଞ୍ଜକୁ । ଘୋଷା ।

ନେତ୍ରେ ରଞ୍ଜି ଦିବ୍ୟାଞ୍ଜନ ପ୍ରେମରେ କର ଲୋକନ
ବକ୍ରେ ବଂଶୀ ହୃଦେ ଚାରୁ ଗୁଞ୍ଜ ସ୍ରଜକୁ । ୧ ।

ଅମ୍ବୁଜ କୁଟୁମ୍ବ କନ୍ୟା ପ୍ରତୀର କଦମ୍ବ ବନ୍ୟା
ନଭଚର ରାଧା ସ୍କନ୍ଧ ନ୍ୟସ୍ତ ଭୁଜକୁ । ୨ ।

ପଶୁପୀ ନକ୍ଷତ୍ରାବଳୀ ହୋଇ ସର୍ବତ୍ର ମଣ୍ଡଳୀ
ସାଜିଛନ୍ତି ସ୍ମର ପରାଜୟ ସଜକୁ । ୩ ।

ଅଖିଳ ରସ ଶ୍ରୀମୂର୍ତ୍ତି କୋଟିଏ ମଦନଦ୍ୟୁତି
ଅନା ସେ ନବ ଶିଖଣ୍ଡଚୂଳ ଧ୍ୱଜକୁ । ୪ ।

ଶ୍ରୀ ପ୍ରତାପରୁଦ୍ର ଦେବ ଭାଷନ୍ତି ସନ୍ତତ ଭାବ
ହର ଜନ୍ମାନ୍ତର ଅହଂ ତମ ପୁଞ୍ଜକୁ । ୫ ।