ପ୍ରତିଭା ପୂଜା : କବିସୂର୍ଯ୍ୟ ବଳଦେବ ରଥ

Pratibha Puja : Kabisurjya Baladeba Ratha

Author : Raghunath Panigrahi


ପ୍ରତିଭା ମାନବ କଳାର ଶ୍ରେଷ୍ଠ ବିକାଶ । ପ୍ରତିଭାର ପୂଜା ହିଁ ମାନବ କଳା । ମାନବିକତାର ମାନଦଣ୍ଡ ହିଁ ପ୍ରତିଭା । ଯେଉଁଠାରେ ସମାଜ ଏହାର ବ୍ୟତକ୍ରମ କରେ, ବିକାଶରେ ଅବତ୍ସଳତା ଉପୁଜେ । ପୂଜ୍ୟର ପୂଜା ହିଁ ବିକାଶ । ଧାରାବାହିକ ସାଧନା ବଳରେ ସେମାନେ ମୋଡ଼କୁ ଭିନ୍ନ ରୂପ ଦିଅନ୍ତି ।

ପ୍ରତିଭାର ଦିଗ ଅନେକ । କେହି କେହି ଚୈତନ୍ୟ, ଶଙ୍କର, ରାମାନୁଜ, ଯୁଶିଙ୍କ ଭଳି ଧର୍ମର ବିସ୍ତୃତ ପ୍ରଚାର ପ୍ରସାର ଘେନି ସମାଜରେ ଅବତୀର୍ଣ୍ଣ ହୁଅନ୍ତି, କେହି କେହି ବା ବ୍ୟାସ, ବାଲ୍ମୀକିଙ୍କ ପରି ସୁନ୍ଦର କାବ୍ୟ କଳାର ବିପଞ୍ଚୀ ବଜାଇ ସମାଜକୁ ପ୍ରଗତି ମୁହଁକୁ ଟାଣି ନିଅନ୍ତି, କେହି ବା ରୂପରେ ଅବତୀର୍ଣ୍ଣ ହୋଇ ବିଜ୍ଞାନର ବିଜୟ ଲୀଳାରେ ଧରାବୁକୁ, ଏହି ବା ରାଜନୀତିରେ ଭୀଷ୍ମ ରୂପରେ, କାହାର ବା ପରିଚାଳନାରେ , କେବଳ ସେଇ ପ୍ରତିଭାସର ଅବଧିରେ ସନ୍ଦେହ ନାହିଁ ।

ସେହି ପରି ଆମ୍ଭମାନଙ୍କର ଆଜିର ସ୍ମୃତି ସଂଯୁକ୍ତ କବି ବଳଦେବ ରଥଙ୍କ ଛାନ୍ଦ ଜଗତରେ ସ୍ଥାନ ଅଧିକ ଭାବରେ ପ୍ରତିଷ୍ଠିତ । ତାଙ୍କ ପ୍ରଣୀତ କାବ୍ୟ କବିତା, ଚମ୍ପୂ ସଙ୍ଗୀତ ତାହାର ସ୍ପଷ୍ଟ ବାଣୀ । ଉଦାହରଣ ସ୍ୱରୂପ ଚମ୍ପୂରୁ ଦୁଇଟି ପଂକ୍ତି ଏଠାରେ ପ୍ରଦତ୍ତ ହେଲା –

ଦୁଃଖୀଧନ
ଦୁଃଖମୟ ନ କର ସରସ ମନ
ଦମ୍ଭ ଦେଖିବାକୁ ସିନା କଲି ଛନ୍ନ । ପଦ ।

ଦୂରୁ ମୁଁ ଯିବାର ଜାଣି ହରି
ଦରିଦ୍ର ନିଧି ଲଭିଲା ପରି
ଦ୍ୱିଗୁଣ ଆଦରେ ପ୍ରମୋଦନଦରେ
ମଜ୍ଜି ଘେନିଗଲେ କର ଧରି । ୧ ।

କବିସୂର୍ଯ୍ୟ ବଳଦେବ ରଥଙ୍କ ରୁଚିତ ସୁପ୍ରସିଦ୍ଧ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ସାହିତ୍ୟ ଭଣ୍ଡାରରେ ଗୋଟିଏ ସମୁଜ୍ଜ୍ୱଳ ରତ୍ନ । ଉତ୍କଳ ସାହିତ୍ୟକୁ କବିଙ୍କର ଏହା ନୂଆଁ ଦାନ । ପ୍ରାଚୀନ ଉତ୍କଳ ସାହିତ୍ୟରେ ଯେତେ ସବୁ କାବ୍ୟ କବିତା, ସୁଆଙ୍ଗ, ସଙ୍ଗୀତ, ମାତ୍ରା, ଛାନ୍ଦ, ଢମାଳୀ ରହିଛି, ଚମ୍ପୂ ଶୀର୍ଷସ୍ଥାନ ଅଧିକାର କରିଛି । ଚମ୍ପୂର ସଙ୍ଗୀତମୟ ମୂର୍ଚ୍ଛନା ଯେ କବିତା ଧାରା ରୂପର ଗନ୍ଧେ ସ୍ୱଭାବତା ସୃଷ୍ଟି କରି ଜଡ଼ ଜୀବନରେ ମାନବିକତା ଅଜାଡ଼ି ଦେଉଛି । ଢେଙ୍କିଶାଳରେ, ଚୁଲି ମୁଣ୍ଡରେ, ଗୋରୁ ଗୋଟଃରେ, ଚଷା ମୁହଁରେ ଚମ୍ପୂର ସଙ୍ଗୀତ ଝଙ୍କାର ଆକାଶକୁ ଧ୍ୱନିତ କରୁଛି । ପ୍ରାଚୀନ ସାହିତ୍ୟରେ ଏହା ଏକ ଅଭିନବ ସମ୍ପଦ । କବିସୂର୍ଯ୍ୟ ଯଥାର୍ଥରେ କି ଶୁଭ ମୁହୂର୍ତ୍ତରେ ଏହି ରସମୟ ଓ ଗଦ୍ୟ ପଦ୍ୟମୟ କାବ୍ୟ ରଚନା କରୁଥିଲେ କେଜାଣି ତାହା ଅନ୍ଧକାର ଜଙ୍ଗଲରେ ମୁକ୍ତିର ସୂର୍ଯ୍ୟ ପରି ସାହିତ୍ୟ ଜଗତକୁ ଚିର ସମୁଜ୍ଜ୍ୱଳ କରିଅଛି । ଯେତେବେଳ ପର୍ଯ୍ୟନ୍ତ ଉତ୍କଳରେ ଓଡ଼ିଆ ଜାତିର ଅସ୍ତିତ୍ୱ ଥିବ, ସେତେ ଦିନ ପର୍ଯ୍ୟନ୍ତ ମଧୁର କୋମଳ କାନ୍ତ ପଦାବଳୀ କବିସୂର୍ଯ୍ୟ ସରସ୍ୱତୀ ପ୍ରତ୍ୟେକ ଓଡ଼ିଆ ସନ୍ତାନ ପ୍ରାଣକୁ ସଙ୍ଗୀତ ସାହିତ୍ୟର ବଳିଷ୍ଠ ସ୍ୱରମାଧୁରୀରେ ଆପ୍ଳୁତ କରି ଆନନ୍ଦ ରସରେ ବିସ୍ଫାରିତ କରୁଥିବ । ଏହି ଯେ କେବଳ ଏକ ସଙ୍ଗୀତମୟ ସାହିତ୍ୟଗ୍ରନ୍ଥ ତାହା ନୁହେ । ଏଥିରେ ସାହିତ୍ୟ ଓ ଧର୍ମର ସୁଲଭ ସମ୍ପର୍କିତ ହୋଇଅଛି ।