Ana Mote Thare Asa Na Nasa Re

ଅନା ମୋତେ ଥରେ ଆଶ ନ ନାଶରେ
(Banka Dasa)
(ବାଙ୍କା ଦାସ)

(ଅକ୍ଷମୟୀ ଚଉପଦୀ)

ଅନା ମୋତେ ଥରେ
ଆଶ ନ ନାଶରେ
ଇଷିତେ ଭାଷି
ଈନ୍ଦ୍ରଭୂତିକି ଦିଅ ବାରେ
ଉରୁଶୋଭୀ ମୁଁ ତୋ କିଣା
ଊଣା ନ କର କରୁଣା
ଋକ୍ଷପତି ମୁଖୀ
ୠଷନା ମୋ ଅଙ୍କେ ବସ
ୡ ମଧ୍ୟମା ଠିକ
ଲୁଆଁନା ଶ୍ରୀମୁଖ
ଏ ତୋତେ ଅବଧି ଘନ
ଐରାବତ ଗମନାରେ
ଓଜ ଭାଙ୍ଗେ ମାର ଜୂର
ଔଷଧ ବାଳା କେବଳ ।